With Peopla

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ ଠାରେ ନାରୀ ଶକ୍ତି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ସାମାଜିକ ଅନୁଷ୍ଠାନ ମଦର ତରଫରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ ଠାରେ ନାରୀ ଶକ୍ତି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି | ଏହି କାର୍ଯ୍ୟକ୍ରମରେ ସମାଜର ତୃଣମୂଳ ସ୍ତରରେ କାମ କରୁଥିବା ତଥା ବିଶେଷ କରି ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଅଞ୍ଚଳର 5 ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସାହିତ୍ୟିକା, ସମାଜସେବୀ ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ସସ୍ମିତା ଦାସ ଯୋଗ ଦେଇଥିଲେ | ଚାରା ରୋପଣ ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମୁଖ୍ୟ ଅତିଥି ସସ୍ମିତା ଦାସ କହିଥିଲେ କି ‘ ମହିଳା ମାନଙ୍କ ସାମାଜିକ ଭାଗିଦାରୀ ମାଧ୍ୟମରେ ହିଁ ସମାଜର ପ୍ରକୃତ ବିକାଶ ହୋଇ ପାରିବ | ଯେତେବେଳେ ଗାଁ ଗହଳିର ସାଧାରଣ ମହିଳା ଟିଏ ରାସ୍ତାକୁ ପାଦ କାଢ଼େ ସେତେବେଳେ ସେ ପାଲଟି ଯାଇଥାଏ ଅନ୍ୟମାନଙ୍କ ପାଇଁ ପ୍ରେରଣା | ତାର ସେ ତ୍ୟାଗ, କର୍ମ ପ୍ରବଣତା ଓ ସେବା ମନୋଭାବ ତାର ପାରିପାର୍ଶିକ ପରିସ୍ଥିତିକୁ କରିଥାଏ ସୁସ୍ଥ, ସୁନ୍ଦର ଓ ସଶକ୍ତ |

Leave a Reply

Your email address will not be published. Required fields are marked *